Ira Mohanty

Odia singer
The basics

Quick Facts

IntroOdia singer
PlacesIndia
isSinger
Work fieldMusic
Gender
Female
BirthBhubaneswar
The details

Biography

ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ବରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଚ୍ଛଦପଟ ଗାୟିକା। ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି। ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି। ବେଶ୍‌ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିେଲ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା। ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ। ସମସ୍ତଙ୍କ ପାଖେର ସେ ମେଲୋଡ଼ି କ୍ବିନ୍‌ ଭାବେର ବେଶ୍‌ ଜଣାଶୁଣା। ଏହା ଛଡ଼ା ସେ ଓଡ଼ିଶାର ବୁଲ୍‌ବୁଲ୍‌ ବୋଲି ମଧ୍ୟ ପ୍ରସିଦ୍ଧ। ଏବେ ସଂଗୀତ ସହ ସକ୍ରୀୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି।

ବ୍ୟକ୍ତିଗତ ଜୀବନ

ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତିଙ୍କର ଝିଅ ମଧୁମିତା ମହାନ୍ତି ବା ଇରା ମହାନ୍ତି। ଇରାଙ୍କ ବାପା ବାଳକାଟି, ଖୋର୍ଦ୍ଧା'ର ମୂଳ ବାସିନ୍ଦା। ତାଙ୍କ ବାପା ଓଡ଼ିଶା ବିଧାନ ସଭାର ଅଧୀକ୍ଷକ ଥିଲେ। ସେ ଭୁବେନଶ୍ବର ସ୍ଥିତ ସୁଭଦ୍ରା ମହତାବ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବାବେଳେ ବିଜେବି ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ସେ ବିଜେବିରେ ପାଠ ପଢ଼ିବୋବେଳ ସେ ସଂଗୀତ ଶିକ୍ଷାକୁ ନିଜର ଏକ ବିଷୟ ଭାବେ ନେଇଥିଲେ। ତେବେ ତାଙ୍କୁ ତାଙ୍କ ମାଆ କଳ୍ପନା ମହାନ୍ତି ଗୀତ ଗାଇବା ପାଇଁ ବହୁତ ଉତ୍ସାହିତ କରିଥିଲେ। ସଂଗୀତ ନିଦ୍ଦେ'ଶକ ବାଳକୃଷ୍ନ ଦାଶ ତାଙ୍କୁ ପ୍ରେରିତ କରିଥିଲା। ଚାରି ବଷ' ବୟସରେ ସେ 'ହୃଦୟର ଏହି ଶୁନ୍ୟତାକୁ' ଗୀତଟିକୁ ବିନା କୌଣସି ବାଧାରେ ଗାଇ ସମସ୍ତଙ୍କୁ ଆଶ୍ଚଯ୍ୟ' କରିଥିଲେ।

ଦୀନବନ୍ଧୁ ମଲ୍ଲିଆଙ୍କୁ ସେ ତାଙ୍କର ଗଡ୍‌ ଫାଦର ବୋଲି ଭାବନ୍ତି କାରଣ ସେ ହିଁ ପ୍ରଥେମ ତାଙ୍କୁ ମଞ୍ଚ ଉପରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ଆଉ ଚଳଚ୍ଚିତ୍ରରେ ତାଙ୍କୁ ବିଗ୍‌ ବ୍ରେକ୍‌ ମିଳିଥିଲା ସ୍ବରୂପ ନାୟକଙ୍କ ଦ୍ବାରା। ତେଣୁ ସେ ତାଙ୍କୁ ମଧ୍ୟ ନିଜର ଗଡ୍‌ ଫାଦର ବୋଲି ମାନନ୍ତି। ସଂଗୀତ ଦୁନିଆରେ ତାଙ୍କର ଗୁରୁ ବା ମେଣ୍ଟର ହେଉଛନ୍ତି ଚିତ୍ତରଞ୍ଜନ ପାଣି ଓ ଶରତ ରଥ। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ହେଉଛନ୍ତି ତାଙ୍କର ରୋଲ୍‌ ମଡେଲ୍।

ଖାଲି ଓଡ଼ିଶାରେ ନୁହେଁ ନିଜ ପ୍ରତୀଭାକୁ ସାରା ଭାରତବାସୀଙ୍କ ଜଣାଇବା ପାଇଁ ସେ ଜିଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ସାରେଗାମାପା ରିଆଲିଟି ସୋରେ ମଧ୍ୟ ସେ ଭାଗ ନେଇଥିଲେ।

କଣ୍ଠଶିଳ୍ପୀ ଇରା ଗୀତ ଗାଇବା ସହ ଫ୍ୟାସନ୍‌ ଡିଜାଇନିଂରେ ମଧ୍ୟ ରୁଚୀ ରଖିନ୍ତି। ଇନୋଭେଟିଭ୍‌ ଡିଜାଇନର୍‌ ଗାମେ'ଣ୍ଟ୍‌ ପ୍ରସ୍ତୁତ କରିବା ପାଇଁ ତାଙ୍କର ବହୁତ ଇଚ୍ଚ୍ଛା। କିଛି ଦିନ ପାଇଁ ସେ ଇଷ୍ଟନ' ମିଡିଆ ଲିମିେଟଡ୍‌ରେ ଜେନେରାଲ୍‌ ମ୍ୟାନେଜର ହୋଇ କାମ କରିବା ସହ ରେଡିଓ ଚକ୍‌ଲେଟ୍‌ର ପ୍ରୋଗ୍ରାମିଂ ହେଡ୍‌ ହୋଇ ମଧ୍ୟ କାମ କରିଛନ୍ତି।

ସେ ବହୁତ ବଡ଼ ସଂଗୀତ ନିଦ୍ଦେ'ଶକଙ୍କ ସହିତ କାମ କରିଛନ୍ତି। ମଳୟ ମିଶ୍ରଙ୍କ ନିଦ୍ଦେ'ଶନାରେ ଗାଇଥିବା ଗୀତମାନ ସବୁ ବେଶ୍‌ ପ୍ରସିଦ୍ଧ।

ଚଳଚ୍ଚିତ୍ରରେ, ମଞ୍ଚେ ଉପରେ ଗୀତ ଗାଇବା ସହ ସେ ବହୁତ ଭଜନ ମଧ୍ୟ ଗାଇଛନ୍ତି।

ଗାୟିକା ଭାବରେ

  • ମୋ' ଦୁନିଆ ତୁ ହିଁ ତୁ (୨୦୧୩)
  • ମତେ ବୋହୂ କରି ନେଇ ଯା (୨୦୧୧)
  • ଆସିବୁ କେବେ ସାଜି ମୋ ରାଣୀ (୨୦୧୦)

ଅଭିନେତ୍ରୀ ଭାବରେ

  • ମୋ କୋଳ ତୋ ଝୁଲଣା (୨୦୦୧)

    ପୁରସ୍କାର ଓ ସମ୍ମାନ

    ତାଙ୍କ ଗାୟକୀ ପାଇଁ ସେ ବହୁତ ପୁରସ୍କାର ପାଇଛନ୍ତି। ସିନେ କ୍ରିଟିକ୍‌ ଏସୋସିଏସନ୍‌ ଆଓ୍ବାଡ', ଚଳଚ୍ଚିତ୍ର ଜଗତ ସମ୍ମାନ, ବାଣିଚିତ୍ର ସମ୍ମାନ, ଇଟିଭି ବେଷ୍ଟ୍‌ ପ୍ରଚ୍ଚ୍ଛଦପଟ ଗାୟୀକା ପୁରସ୍କାର ୨୦୧୦, ତରଙ୍ଗ ସିନେ ପୁରସ୍କାର।

    • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
      • ଶ୍ରେଷ୍ଠ ଗାୟୀକା: ୨୦୧୩ (ମୁ ରାଜା ତୁ ରାଣୀ କଥାଚିତ୍ରର ଗୀତ ନିମନ୍ତେ)
      • ଶ୍ରେଷ୍ଠ ଗାୟୀକା: ୨୦୧୧ (ମତେ ବୋହୂ କରି ନେଇ ଯା କଥାଚିତ୍ରର ଗୀତ ନିମନ୍ତେ)

    ଆଧାର

    ବାହାର ଆଧାର

    The contents of this page are sourced from Wikipedia article. The contents are available under the CC BY-SA 4.0 license.