Harijan Miru
Indian politician from Odisha
Intro | Indian politician from Odisha | |
Places | India | |
was | Politician | |
Work field | Politics | |
Gender |
| |
Birth | 1 January 1924 | |
Death | 17 October 1989 (aged 65 years) | |
Star sign | Capricorn |
ହରିଜନ ମୀରୁ (୧ ଜାନୁଆରୀ ୧୯୨୪ - ୧୭ ଅକ୍ଟୋବର ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୬ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ହରିଜନ ମୀରୁ ୧୯୨୪ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଶରଥ ହରିଜନ ଓ ପତ୍ନୀଙ୍କ ନାମ କାଜଲ ଦେବୀ ।
ହରିଜନ ମୀରୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।
ହରିଜନ ମୀରୁ ୧୯୮୯ ମସିହାର ଅକ୍ଟୋବର ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।