Guruprasad Mohanty

Writer from Odisha, India
The basics

Quick Facts

IntroWriter from Odisha, India
PlacesIndia
wasWriter Travel writer
Work fieldJournalism Literature
Gender
Male
Birth18 October 1938
Death5 September 2022 (aged 83 years)
Star signLibra
Education
Ravenshaw College
Awards
Odisha Sahitya Akademi Award1990
The details

Biography

ଗୁରୁପ୍ରସାଦ ମହାନ୍ତି (୧୮ ଅକ୍ଟୋବର ୧୯୩୮-୫ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଓ ପ୍ରଶାସକ ଥିଲେ । ସେ ଉତ୍କଳ ସମ୍ମିଳନୀ ଓ ଲେଖକ ସହଯୋଗ ସମିତିର ପୂର୍ବତନ ସଭାପତି ଭାବେ କାର୍ଯ୍ୟ କରିଥିଲେ । ସେ ଅନେକ କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ଭ୍ରମଣକାହାଣୀ, ପ୍ରବନ୍ଧ ରଚନା କରିଥିଲେ । ତାଙ୍କର ଅନେକ ଲେଖା ମଧ୍ୟରୁ ଭ୍ରମଣ ସାହିତ୍ୟ ଦୂର ସୀମାନ୍ତର ପାରେପାତାଳପୁରୀର ହାଲଚାଲ ଆଦି ଅନ୍ୟତମ । ଭ୍ରମଣ କାହାଣୀ ‘ପାତାଳପୁରୀ’ର ହାଲଚାଲ ପାଇଁ ଗୁରୁପ୍ରସାଦ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଜୀବନୀ

ଗୁରୁପ୍ରସାଦ ମହାନ୍ତି ୧୯୩୮ ଅକ୍ଟୋବର ୧୮ତାରିଖରେ ଜଗତସିଂହପୁରର ଆଳିପିଙ୍ଗଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।}}</ref> ବାପାଙ୍କ ନାମ ରାମଚନ୍ଦ୍ର ମହାନ୍ତି ଓ ମା’ଙ୍କ ନାମ ଅଧରମଣି ମହାନ୍ତି । ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏସ.ସି. ପଢ଼ିଥିବା ଗୁରୁପ୍ରସାଦ ଆମେରିକାର ଓହିଓ ବିଶ୍ୱବିଦ୍ୟାଳୟରୁ ଦୁଗ୍ଧବିଜ୍ଞାନ ଓ ପଶୁଖାଦ୍ୟ ଉପରେ ସ୍ନାତକୋତ୍ତର ଡିଗ୍ରି ଲାଭ କରିବା ସହ ଉଚ୍ଚତ୍ତର ଗବେଷଣା କରି ସାଉଥ ଡାକୋଟା ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ପାଇଥିଲେ । ଗୁରୁପ୍ରସାଦ ୧୯୮୪ରେ ଓଡ଼ିଶାରେ କୁକୁଡା ପାଳନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ‘ଓପୋଲଫେଡ୍’ ସୃଷ୍ଟି କରିବା ସହିତ ତାର ପ୍ରଥମ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ସେପ୍ଟେମ୍ବର ୫ତାରିଖ ଭୋର ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁଲାଭ କରିଥିଲେ ।

ରଚନାବଳୀ

ଗୁରୁପ୍ରସାଦ ସନାତନ ଗୋସ୍ୱାମୀକୃତ ମୂଳସଂସ୍କୃତ ‘ବୃହତ ଭାଗବତାମୃତ’କୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ । ବୃତ୍ତିଗତ ଅଭିଜ୍ଞତା ଆଧାରରେ ସେ ପଶୁପାଳନ କ୍ଷେତ୍ରରେ ଅନେକ ପୁସ୍ତକ ରଚନା କରିଛନ୍ତି ।

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦ ପୁରସ୍କାର
  • ଆମେରିକା ବିଶ୍ୱବିଦ୍ୟାଳୟରୁ ଫାଇ କାପ୍ପା ଫାଇ (ΦΚΦ) ପୁରସ୍କାର
  • ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ, ୨୦୧୪ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)
  • ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଜୀବନରଙ୍ଗ ସମ୍ମାନ
  • ଉତ୍କଳକଳା ପରିଷଦ ସମ୍ମାନ
  • ପ୍ରଦ୍ୟୁମ୍ନ ବଳ ସ୍ମୃତି ସମ୍ମାନ

ଆଧାର

ଅଧିକ ତଥ୍ୟ

The contents of this page are sourced from Wikipedia article on 28 Jan 2024. The contents are available under the CC BY-SA 4.0 license.