Govind Pradhan

Indian politician from Odisha
The basics

Quick Facts

IntroIndian politician from Odisha
PlacesIndia
isPolitician
Work fieldPolitics
Gender
Male
Death5 September 1980
Politics:Indian National Congress Communist Party Of India
The details

Biography

ଗୋବିନ୍ଦ ପ୍ରଧାନ (ମୃତ୍ୟୁ: ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ସେ ଆସିକା-ସୁରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାପୁର ଓ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ଗୋବିନ୍ଦ ପ୍ରଧାନଙ୍କ ବାପାଙ୍କ ନାମ ବଳରାମ ପ୍ରଧାନ ଓ ପତ୍ନୀଙ୍କ ନାମ ଆଶାଲତା ପ୍ରଧାନ ।

ରାଜନୈତିକ ଜୀବନ

ଗୋବିନ୍ଦ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ ଏବଂ ସ୍ୱାଧୀନତା ପରେ ଦୁଇଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୩୭୧୯୪୬ସଭ୍ୟ, ସ୍ୱାଧୀନତା ପୂର୍ବରୁ ୧ମ ଓଡ଼ିଶା ବିଧାନ ସଭାଆସିକା-ସୁରଡ଼ାଭାରତୀୟ ଜାତୀୟ କଂଗ୍ରେସ
୧୯୫୨୧୯୫୭ସଭ୍ୟ, ୧ମ ଓଡ଼ିଶା ବିଧାନ ସଭାପଟ୍ଟାପୁରଭାରତୀୟ ଜାତୀୟ କଂଗ୍ରେସ
୧୯୫୭୧୯୬୧ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭାଭଞ୍ଜନଗରଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ

ଗୋବିନ୍ଦ ୧୯୮୦ ମସିହାରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article on 15 Sep 2023. The contents are available under the CC BY-SA 4.0 license.