Fakir Chandra Parida

Sculpture artist
The basics

Quick Facts

IntroSculpture artist
PlacesIndia
isArtist
Work fieldArts
Gender
Male
Birth15 November 1942, Cuttack District, Central division, Odisha, India
Age82 years
Star signScorpio
The details

Biography

ଫକୀର ଚନ୍ଦ୍ର ପରିଡା, କଟକ ଜିଲ୍ଲାର କୁମ୍ଭାରସାହିର ଜନ୍ମିତ ଜଣେ ମୂର୍ତ୍ତିକାର । ହରିଦ୍ୱାରରେ ରହୁଥିବା ଏହି ମୂର୍ତ୍ତିକାର ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ବହୁ କଳାକୃତି ପ୍ରସ୍ତୁତ କରିସାରିଛନ୍ତି ।

ଫକୀର ଚନ୍ଦ୍ର, ୧୯୪୨ମସିହା ନଭେମ୍ବର ୧୫ତାରିଖରେ କଟକ ଜିଲ୍ଲା କୁମ୍ଭାରସାହିର ଏକ ମୂର୍ତ୍ତିକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ପାଠପଢାରେ ମନ ଲାଗୁନଥିଲା ଓ ତୃତୀୟଶ୍ରେଣୀରୁ ପାଠପଢା ଛାଡିଥିଲେ । ଆଠ ବର୍ଷ ବୟସରୁ ମୂର୍ତ୍ତି ପ୍ରତି ମନ ବଳାଇଥଲେ । ପିତା ଓ ପରିବାରରେ ଅନ୍ୟମାନଙ୍କଠାରୁ ମୂର୍ତ୍ତିକଳା ଶିକ୍ଷା କରିଥିଲେ । ଛୋଟବଡ଼ ମୂର୍ତ୍ତି ନିର୍ମାଣକରି କିଛି ବର୍ଷ ମଧ୍ୟରେ ଶିଳ୍ପୀ କୁମ୍ଭାରସାହିର ଜଣାଶୁଣା ଶିଳ୍ପୀ ଭାବେ ପରିଚିତି ପାଇଥିଲେ । ୧୬ବର୍ଷ ଧରି କୁମ୍ଭାରସାହିରରେ ରହି ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଓ ପ୍ରତିମୂର୍ତ୍ତି ନିର୍ମାଣ କରିଥଲେ । ପରବର୍ତ୍ତୀ ସମୟରେ ସେ ହରିଦ୍ୱାର ଯାଇ ସେଠାରେ ରହିଲେ । ୧୯୯୨ମସିହାରେ ହରିଦ୍ୱାରଠାରେ ଥିବା ଜୟରାମ ଆଶ୍ରମରେ ୫୦ X ୧୫ଫୁଟ 'ସମୁଦ୍ର ମନ୍ଥନ' କଳାକୃତି ନିର୍ମାଣ କରି ଲୋକଲୋଚନକୁ ଆସିଥିଲେ । କ୍ରମେ ତାଙ୍କ ଲୋକପ୍ରିୟତା ବଢିଲା ଓ ଦେଶର ଅନ୍ୟ ପ୍ରାନ୍ତରୁ ତାଙ୍କୁ କାମ ମିଳିଲା । ବର୍ତ୍ତମାନ ଫକୀର ଚନ୍ଦ୍ର ହରିଦ୍ୱାରର ଭୂପତବାଲାଠାରେ ପରିଡା ମୂର୍ତ୍ତି କଳା କେନ୍ଦ୍ର ସ୍ଥାପନା କରି, ଷ୍ଟିଲ, ବ୍ରାସ ଓ ବ୍ରୋଞ୍ଜ ଭଳି ବିଭିନ୍ନ ସାମଗ୍ରୀରେ କଳାକୃତି ତିଆରି କରୁଛନ୍ତି । ଏହି କାମରେ ତାଙ୍କ ଚାରି ପୁଅ ମଧ୍ୟ ସହଯୋଗ କରନ୍ତି ।

କଳାକୃତି

  • ହରିଦ୍ୱାର ଜୟରାମ ଆଶ୍ରମରେ ଥିବା ସମୁଦ୍ର ମନ୍ଥନ କଳାକୃତି - ୧୯୯୨
  • ଦିଲ୍ଲୀ ସଂସଦ ଭବନରେ ଥିବା ମହାରଣା ପ୍ରତାପଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି - ୨୦୦୭
  • ଉଦୟପୁର ବିମାନ ବନ୍ଦରଠାରେ ଥିବା ମହାରଣା ପ୍ରତାପଙ୍କ ପ୍ରତିମୂର୍ତ୍ତି
  • ହିମାଚଳରେ ଝାନ୍ସି ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିମୂର୍ତ୍ତି

ଆଧାର

The contents of this page are sourced from Wikipedia article on 16 Jul 2020. The contents are available under the CC BY-SA 4.0 license.