Biography
Lists
Also Viewed
Quick Facts
Intro | Indian journalist | |
Places | India | |
was | Journalist Writer | |
Work field | Journalism Literature | |
Gender |
| |
Birth | 1963 | |
Death | 9 September 2019Bhubaneswar, Khordha district, Central division, India (aged 56 years) |
Biography
ଦିଲ୍ଲୀପ ଶତପଥୀ (୧୯୬୩-୨୦୧୯) ଜଣେ ଓଡ଼ିଆ ସାମ୍ବାଦିକ ଥିଲେ । ତାଙ୍କର ସାମ୍ବାଦିକତା ମୁଖ୍ୟତଃ ଅର୍ଥନୀତି ଓ ବ୍ୟବସାୟ ସମ୍ବନ୍ଧରେ ଥିଲା । ସେ ବିଜନେସ ଷ୍ଟାଣ୍ଡାର୍ଡ଼ର ଓଡ଼ିଶା ବ୍ୟୁରୋ ଚିଫ ଥିଲେ ଓ ଦୂରଦର୍ଶନରେ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶାର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଅର୍ଥନୀତି ଓ ରାଜନୀତିକ ଆଲୋଚନାରେ ସେ ନିୟମିତ ଭାବେ ଅଂଶଗ୍ରହଣ କରୁଥିଲେ । ରକ୍ତକର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରଠାରେ ୨୦୧୯ ମସିହା ସେପ୍ଟେମ୍ବର ୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।
ପ୍ରାରମ୍ଭିକ ଜୀବନ
ଶତପଥୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ । ତାଙ୍କ ପରିବାରରେ ୫ ଭଉଣୀ ଓ ୨ ଭାଇରେ ସେ ଥିଲେ କନିଷ୍ଠତମ । ସେ ଅବିବାହିତ ଥିଲେ । ପାଖାପାଖି ୨୦ ବର୍ଷ ତଳେ ୧୯୯୮ରେ ସେ ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ପରେ ସୁସ୍ଥ ହୋଇଯାଇଥିଲେ । ତେବେ ପରେ ଆଉଥରେ ଏଥିରେ ପୀଡ଼ିତ ହୋଇ ଚିକିତ୍ସାଧୀନ ହୋଇଥିଲେ । ମୃତ୍ୟୁ ଆଗରୁ ସେ ହୃଦଘାତରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଶିକ୍ଷା ଓ ଚାକିରି
ସେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ତାହା ପରେ ସମ୍ବାଦରେ ୧୯୮୪ ମସିହାରେ ସାମ୍ବାଦିକ ଭାବେ ଯୋଗଦେଇଥିଲେ । ପରେ ୧୯୯୩ ମସିହା ଅଗଷ୍ଟ ମାସରେ ବିଜନେସ ଷ୍ଟାଣ୍ଡାର୍ଡ଼ରେ ଯୋଗଦେଇ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରୁଥିଲେ ।