Debaprasad Dash

Indian Odia-language author
The basics

Quick Facts

IntroIndian Odia-language author
PlacesIndia
isWriter Translator
Work fieldLiterature
Gender
Male
BirthOdisha, India
Awards
Odisha Sangita Natak Akademi Award2009
The details

Biography

ଦେବପ୍ରସାଦ ଦାଶ, ଓଡ଼ିଶାର ଜଣେ ଜଣାଶୁଣା ଲେଖକ, ଅଭିନେତା ଓ ସମ୍ବାଦ ପାଠକ । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ ଆଦିରେ ସେ ନିଜ ଲେଖନି ଚାଳନା କରିଥାନ୍ତି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ବରାବର ଦେଖିବାକୁ ମିଳିଥାଏ । ଦୂରଦର୍ଶନର ଜଣେ ସମ୍ବାଦ ପାଠକ ଭାବରେ ସେ ଖୁବ ପରିଚିତ । ସେ, ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ପଚିଚାଳନା ମଧ୍ୟ କରିଥାଆନ୍ତି । ଇନ୍ଦ୍ରଧନୁର ଛାଇ ଓ କଥାନ୍ତର ଚଳଚ୍ଚିତ୍ର ମାଧ୍ୟମରେ, ସେ ନିଜର ଅଭିନୟ ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଛନ୍ତି ।

ଦେବପ୍ରସାଦ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଫିସର ଭାବରେ ମଧ୍ୟ କାର୍ଯ୍ୟରତ । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କାମକରି ସେ ବହୁବାର ବିବାଦ ମଧ୍ୟରେ ରହି ଆସିଛନ୍ତି । ୨୦୧୮ ମେ ମାସରେ ସେ ସରକାରଙ୍କଦ୍ୱାରା ନିଲମ୍ବିତ ମଧ୍ୟ ହୋଇଥିଲେ ।

ରଚନାବଳୀ

ଗଳ୍ପ ସଂକଳନ

  • ଇନ୍ଦ୍ରଧନୁର ରଙ୍ଗ
  • ଗଜପତି
  • ଦଙ୍ଗା
  • ମୁହଁ
  • କାନ୍ଥ
  • ଆଲୋଚନା
  • ଭୋର

ପ୍ରବନ୍ଧ ସଂକଳନ

  • ଆମ ସମୟ
  • ଦୁଃଖର ଇଲାକା ଓ ଅନ୍ୟାନ୍ୟ ପ୍ରବନ୍ଧ
  • ଆତଙ୍କବାଦ
  • ଓସାମା ବିନ୍ ଲାଦେନ ଓ ସହସ୍ରାଦ୍ଧର ପ୍ରଥମ ଯୁଦ୍ଧ

ସମ୍ପାଦନା

  • ଝିଅ

ଅନୁବାଦ

  • ଦେଶ ପରଦେଶ(କମଳେଶ୍ୱରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ)

ଅନ୍ୟାନ୍ୟ

  • ଇଣ୍ଡିଆ ଷ୍ଟୋରି(ଇଂରାଜୀରେ ନିରଞ୍ଜନ ପତି ଓ ସନ୍ଧ୍ୟାରାଣୀ ନାୟକଙ୍କ ସହଲିଖିତ)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଭୋର ପାଇଁ), ୨୦୦୯
  • ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର - ୨୦୦୪
  • ସମ୍ମା ସମ୍ମାନ - ୨୦୧୨
  • ଏକାମ୍ର ସଂସ୍କୃତି ସମ୍ମାନ - ୨୦୧୦
  • କଥା ନବପ୍ରତିଭା ସମ୍ମାନ
  • କିଶୋରୀ ଚରଣ ଦାସ ଗଳ୍ପ ପୁରସ୍କାର
  • ଅମୃତାୟନ ଗଳ୍ପ ପୁରସ୍କାର
  • ସୁଧନ୍ୟା ଗଳ୍ପ ପୁରସ୍କାର

ଆଧାର

The contents of this page are sourced from Wikipedia article on 11 Jul 2020. The contents are available under the CC BY-SA 4.0 license.