Biography
Bibliography (2)
Lists
Also Viewed
Quick Facts
Intro | Indian playwright | |
Places | India | |
was | Writer Playwright | |
Work field | Film, TV, Stage & Radio Literature | |
Gender |
| |
Birth | 15 April 1938, Kendujhar district | |
Death | 4 July 2017Kendujhar district (aged 79 years) |
Biography
ଚିନ୍ତାମଣି ଜେନା ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଥିଲେ । ସେ ପ୍ରାୟ ୧୨୦ଟି ନାଟକ ରଚନା କରିଥିଲେ । ନାଟ୍ୟକାରଭାବରେ ବେଶି ପରିଚିତି ଥିଲେ ମଧ୍ୟ ଉପନ୍ୟାସ ଓ ଏକାଙ୍କିକା ଭଳି ସାହିତ୍ୟ ରଚନା ତଥା ମଞ୍ଚରେ ଅଭିନୟ ଓ ନିର୍ଦ୍ଦେଶନା କରୁଥିଲେ ।
ନାଟ୍ୟକାର ଜୀବନ
ନାଟ୍ୟକାର ଭାବରେ ଚିନ୍ତାମଣି ବହୁ ପୁରସ୍କାର ଲାଭ କରିଥିଲେ । ଓଡ଼ିଶା ତଥା ଓଡ଼ିଶା ବାହାରେ ଚିନ୍ତାମଣି ଜେନାଙ୍କର ବହୁ ନାଟକ ପରିବେଷିତ ହୋଇଥିଲା । ତାଙ୍କ ଲିଖିତ ନାଟକ ଓ ଉପନ୍ୟାସ ଗୁଡିକୁ ନେଇ ଚଳଚ୍ଚିତ୍ର ମଧ୍ୟ ତିଆରି କରିଯାଇଛି । ତାଙ୍କ ନାଟକ "ସନ୍ଧ୍ୟାତାରା"କୁ ନେଇ ଓଡ଼ିଶା ଚଳଚ୍ଚିତ୍ର ସନ୍ଧ୍ୟାତାରା ଓ ଉପନ୍ୟାସ "ସରପଞ୍ଚ ପୁଅ"କୁ ନେଇ ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।
ନାଟକ
- ସନ୍ଧ୍ୟାତାରା
- ଶତାବ୍ଦୀର ଆର୍ତ୍ତନାଦ
- ତାଜମହଲର ଶିଳ୍ପୀ
- ଅନ୍ୟ ଏକ ବିପ୍ଳବ
- ରକ୍ତ ତିଳକ
- ତିମିର ତୀର୍ଥରେ ଏକ ରାତି
- ଧୁମକେତୁ
- ସୂର୍ଯ୍ୟଦୋୟ ପୁର୍ବେ
- ଏକଲବ୍ୟ
- ଜ୍ୱାଳାମୁଖୀ
ଉପନ୍ୟାସ
- ସରପଞ୍ଚ ପୁଅ
ଏକାଙ୍କିକା
- ଧର୍ମାବତାର ଓ ଅନ୍ୟାନ୍ୟ ଏକାଙ୍କିକା
ପୁରସ୍କାର ଓ ସମ୍ମାନ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୨("ଧର୍ମାବତାର ଓ ଅନ୍ୟାନ୍ୟ ଏକାଙ୍କିକା" ପାଇଁ)
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୨
- ନାଟ୍ୟାଚାର୍ଯ୍ୟ
- ନାଟ୍ୟଭୂଷଣ
- କଳାଭୂଷଣ
- କଳାଗୌରବ
ବ୍ୟକ୍ତିଗତ ଜୀବନ
ଚିନ୍ତାମଣି, କେନ୍ଦୁଝର ଜିଲ୍ଲାର ପଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ପଞ୍ଚହରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୨୦୧୭ମସିହା ଜୁଲାଇ ୪ତାରିଖରେ କେନ୍ଦୁଝର ଜିଲ୍ଲାର ଘସିପୁରା ଅନ୍ତର୍ଗତ ସାଇଁକୂଳସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା । ସେ ଭାରତୀୟ ଦୂର ସଂଚାର ସେବା ଅଧିନରେ ଚାକିରି କରୁଥିଲେ ।