Biography
Lists
Also Viewed
Quick Facts
Intro | Odia poet | |
Places | India | |
is | Poet | |
Work field | Literature | |
Gender |
| |
Birth | Odisha |
Biography
ବୃନ୍ଦାବତୀ ଦାସୀ ସପ୍ତଦଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ମଳିପଡ଼ା ଗ୍ରାମରେ ରହୁଥିଲେ । ତାଙ୍କ ସ୍ୱାମୀଙ୍କ ନାମ ଚନ୍ଦ୍ରଶେଖର ଦାସ (ମୂଳତଃ ମହାପାତ୍ର) ଓ ପୁତ୍ରଙ୍କ ନାମ ଭୀମ ଦାସ ଥିଲା । ତାଙ୍କର ଲିଖିତ କାବ୍ୟ 'ପୂର୍ଣ୍ଣତମ ଚନ୍ଦ୍ରୋଦୟ' ତତ୍କାଳୀନ ସମାଜରେ ନାରୀମାନେ ଉଚ୍ଚଶିକ୍ଷିତ ଥିଲେ ଏହାର ଏକ ନିଦର୍ଶନ ।
ଜୀବନ
ବୃନ୍ଦାବତୀଙ୍କ ଘର ପୁରୀ ଜିଲ୍ଲା ଅନ୍ତର୍ଗତ ମଳିପଡ଼ା ଗ୍ରାମରେ ଥିଲା ।
ବୃନ୍ଦାବତୀଙ୍କ ସ୍ୱାମୀ ଚନ୍ଦ୍ରଶେଖରଙ୍କ କୁଟୁମାବର ସମସ୍ତେ ବ୍ରଜ ବୈଷ୍ଣବ ଓ ସମସ୍ତେ ଗୋଟିଏ ଗୋଟିଏ ବ୍ରଜବୈଷ୍ଣବ ତତ୍ତ୍ୱ ପ୍ରତିପାଦନ କରି କାବ୍ୟ ପ୍ରଣୟନ କରିଛନ୍ତି ।
ଗ୍ରନ୍ଥ ରଚନା
'ପୂର୍ଣ୍ଣତମ ଚନ୍ଦ୍ରୋଦୟ' ଗ୍ରନ୍ଥଟି ଶକାବ୍ଦ ୧୬୨୧ ବା ଖ୍ରୀଷ୍ଟାବ୍ଦ ୧୬୬୯ରେ ସମ୍ପୂର୍ଣ୍ଣ ହୋଇଥିଲା ଏହା କବିଙ୍କ ରଚନାରୁ ଜଣାପଡ଼େ ।
ଶକ ଅବଦ ଛଡ଼ଦଶ । ଶତ ଏକବିଂଶ ବରଷ ।।
ଦିବ୍ୟସିଂହ ଦେବ ରାଜନ । ତ୍ରିଦଶ ଅଙ୍କେ ଏ ରଚନ ।।
ବୈଶାଖ ମାସେ ଶୁକ୍ଳପକ୍ଷେ । ପଞ୍ଚମୀ ମୃଗଶିରା ରୁକ୍ଷେ ।।
ଶୁଭ ହୋଇଲା ଗ୍ରନ୍ଥ ଶେଷ । ଶୁଣି ସକଳ ପାପ ନାଶ ।।—ପୂର୍ଣ୍ଣତମ ଚନ୍ଦ୍ରୋଦୟ
ବୃନ୍ଦାବତୀ ଦାସୀ ବୃଦ୍ଧାବସ୍ଥାରେ 'ପୂର୍ଣ୍ଣତମ ଚନ୍ଦ୍ରୋଦୟ' ଲେଖିଥିବା ଅନୁମାନ କରାଯାଏ । ତାଙ୍କ ପୁତ୍ର ଭୀମ ଦାସ ନିଜ ରଚିତ 'ଭକ୍ତି ଚନ୍ଦ୍ରୋଦୟ'ରେ ଯେଉଁ ସମୟ ଦେଇଛନ୍ତି ତାହା ଏହା ସହିତ ମେଳ ହେଉଛି । 'ଚନ୍ଦ୍ରୋଦୟ' ନାମଟି ବୃନ୍ଦାବତୀଙ୍କ ପରିବାରରେ ଥିବା କବିମାନେ ବାରମ୍ବାର ବ୍ୟବହାର କରିଛନ୍ତି । ତାଙ୍କ ସ୍ୱାମୀ ଚନ୍ଦ୍ରଶେଖର ମହାପାତ୍ର 'ଶ୍ରୀକୃଷ୍ଣତତ୍ତ୍ୱ ଚନ୍ଦ୍ରୋଦୟ', ପୁତ୍ର ଭୀମ ଦାସ 'ଭକ୍ତି ଚନ୍ଦ୍ରୋଦୟ' ଓ ନାତି କୃପାସିନ୍ଧୁ ଦାସ 'ଉପାସନା ଚନ୍ଦ୍ରୋଦୟ' ଲେଖିଥିଲେ ।