Birabhadra Singh

Politician from Odisha, India
The basics

Quick Facts

IntroPolitician from Odisha, India
PlacesIndia
isPolitician
Work fieldPolitics
Gender
Male
Birth3 March 1945
Age79 years
Star signPisces
Politics:Janata Dal Janata Party
The details

Biography

ବୀରଭଦ୍ର ସିଂହ (ଜନ୍ମ: ୩ ମାର୍ଚ୍ଚ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ବୀରଭଦ୍ର ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସ ଓ ଜନତା ଦଳ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ତିନିଥର ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୧୯୭୧, ୧୯୭୭ ଓ ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖୁଣ୍ଟା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ଉଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର

ବୀରଭଦ୍ର ସିଂହ ୧୯୪୫ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଲକା ସିଂହ । ତାଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ମାଳତୀ ସିଂହ ।

ରାଜନୈତିକ ଜୀବନ

ବୀରଭଦ୍ର ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସ ଓ ଜନତା ଦଳ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।

ଆଧାର

The contents of this page are sourced from Wikipedia article on 04 Jan 2020. The contents are available under the CC BY-SA 4.0 license.