Biography
Lists
Also Viewed
Quick Facts
Biography
ବିପିନ ବିହାରୀ ରଥ( ୨୯ ଅକ୍ଟୋବର ୧୯୩୦ - ୭ ମାର୍ଚ୍ଚ ୨୦୨୦ ) ଜଣେ ସ୍ୱାଧିନତା ସଂଗ୍ରାମୀ, ସମାଜସେବୀ ଓ ଆଇନଜୀବୀ ଥିଲେ । ବାନର ସେନା ଓ ଆଜାଦ ହିନ୍ଦ ଫୌଜରେ ଯୋଗଦେଇ ସେ ଭାରତର ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ । ସେ ଓକିଲାତିକୁ ନିଜର ପେଷା ଭାବରେ ଗ୍ରହଣ କରିଥିଲେ । ରାଜନୀତିରେ ସକ୍ରିୟ ଥାଇ ବିଭିନ୍ନ ସମୟରେ ସେ ଫରୱାର୍ଡ ବ୍ଲକ, ବିଜେପି ଓ ବିଶ୍ଵ ହିନ୍ଦୁ ପରିଷଦ ସହିତ ଜଡିତ ଥିଲେ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ଥିଲେ ।
ଜୀବନୀ
ବିପିନ ବିହାରୀ, ୧୯୩୦ ମସିହାରେ ଗଞ୍ଜାମ ଜିଲ୍ଲାର କୃପାସିନ୍ଧୁପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ୧୦ ବର୍ଷ ବୟସରେ, ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାନର ସେନାରେ ପ୍ରଶିକ୍ଷଣ ନେଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ୧୯୪୨ ଅଗଷ୍ଟ ୧୦ ତାରିଖରେ ଭାରତ ଛାଡ଼ ଆନ୍ଦୋଳନରେ ପିକେଟିଂ କରିବା ସମୟରେ ବ୍ରିଟିଶ ପୁଲିସ ତାଙ୍କୁ ବ୍ରହ୍ମପୁର ପୋଷ୍ଟ ଅଫିସଠାରେ ଗିରଫ କରିଥିଲା । ଭାରତ ସ୍ୱାଧୀନତା ପରେ, ୧୯୬୧ ମସିହାରେ ସେ ଓକିଲାତି ବୃତି ଆରମ୍ଭ କରିଥିଲେ । ୧୯୬୮ରୁ ୧୯୭୭ ପର୍ଯ୍ୟନ୍ତ ସେ ଫରୱାର୍ଡ ବ୍ଲକର ଓଡ଼ିଶା ଶାଖାର ସଭାପତି, ୧୯୯୦-୯୫ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ଉପସଭାପତି ଏବଂ ୧୯୯୯-୨୦୧୦ ପର୍ଯ୍ୟନ୍ତ ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଥିଲେ ।
ତାଙ୍କ ପୁଅ ବିଶ୍ଵନାଥ ରଥ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି । ୨୦୨୦ ମାର୍ଚ୍ଚ ୭ ତାରିଖରେ କଟକଠାରେ ତାଙ୍କର ପରଲୋକ ଘଟିଥିଲା ।
ସାହିତ୍ୟ ସର୍ଜନା
ଲେଖାଲେଖିରେ ମଧ୍ୟ ବିପିନ ରୁଚି ରଖିଥିଲେ । ବିଭିନ୍ନ ସମ୍ବାଦପତ୍ରରେ ତାଙ୍କ ପ୍ରବନ୍ଧ ପ୍ରକାଶ ପାଇଥିଲା । ତାଙ୍କଦ୍ୱାରା ରଚିତ କିଛି ପୁସ୍ତକ :
- ମୋ ବିଚାର ଓ ସ୍ମୃତି
- ନିର୍ବାଚନ ବ୍ୟବସ୍ଥାର ସଂସ୍କାର
- ଜନତା ଜନାର୍ଦ୍ଦନ
ସମ୍ମାନ ଓ ପୁରସ୍କାର
- ମଧୁଜ୍ୟୋତି ସମ୍ମାନ
- କଳିଙ୍ଗ ଗୌରବ
- କଳିଙ୍ଗ ପ୍ରଭା
- ହାଇକୋର୍ଟର ଶ୍ରେଷ୍ଠ ଆଇନଜୀବୀ