Biography
Lists
Also Viewed
Quick Facts
Intro | Odia writer | |
A.K.A. | Vasant Kumari Devi Basant Kumari Devi Vasant Kumar Debi | |
A.K.A. | Vasant Kumari Devi Basant Kumari Devi Vasant Kumar Debi | |
Places | India | |
was | Writer | |
Work field | Literature | |
Gender |
| |
Birth | 12 March 1931, Parvathipuram, Andhra Pradesh, India | |
Death | 14 May 1998 (aged 67 years) | |
Star sign | Pisces |
Biography
ବସନ୍ତ କୁମାରୀ ଦେବୀ(୧୨ ମାର୍ଚ୍ଚ ୧୯୩୧- ୧୪ ମଇ ୧୯୯୮) ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ସମୟର ଜଣେ ଓଡ଼ିଆ ଲେଖିକା ଓ ଅନୁବାଦିକା ଥିଲେ ।
ଆଦ୍ୟ ଜୀବନ
ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଞ୍ଚଳ ପାର୍ବତୀପୁରମରେ ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିଉସା ଥିଲେ ଐତିହାସିକ ତଥା ସାହିତ୍ୟିକ ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ । ଏହି ପିଉସାଙ୍କ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି । ଏହି ମୁଖବନ୍ଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପନ୍ଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।
ସାହିତ୍ୟ କୃତି
ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ । ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।
ତାଙ୍କର ପ୍ରଥମ ଉପନ୍ୟାସ ""ଆରତି" ପ୍ରକାଶିତ ହୋଇଥିଲା ଯେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସେତେବେଳର ସାମାଜିକ ପରିସ୍ଥିତି ଓ ନାରୀର ଅବସ୍ଥା ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଥିଲା ।
ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ:-
- ଝଡ଼ (କଳାହାଣ୍ଡି ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
- ସୁରମା
- ନଦୀର ନାମ ରୂପମତୀ
- ନଷ୍ଟ ନୀଡ଼ର ବିହଙ୍ଗୀ
ଗଳ୍ପ ସଂକଳନ
- ବୃନ୍ତଚ୍ୟୁତ ଓ ଅନ୍ୟାନ୍ୟ ଗଳ୍ପ - ପ୍ରକାଶକ ସର୍ବେଶ୍ୱର ଦାଶ -୨୦୦୨ - ଭୁବନେଶ୍ୱର
- ନାସ୍ତିକ ଓ ଅନ୍ୟାନ୍ୟ ଗଳ୍ପ
- ରାତ୍ରିର ତପସ୍ୟା
- ଶତାବ୍ଦୀର ପ୍ରତିଧ୍ୱନି
- ଉଛ୍ୱାସ
ଶିଶୁ ସାହିତ୍ୟ
- କାହାଣୀ ପେଡ଼ି
ଅନୁବାଦ
- ବିନ୍ଦୁର ପୁଅ - ୧୯୮୦(ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମୂଳ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ)
- ଗଣଦେବତା
- ପଂଚଗ୍ରାମ
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅନୁବାଦ) - ୧୯୮୯
ଆଧାର
- ↑ ଦେବୀ, ବସନ୍ତ କୁମାରୀ (1949). ଆରତି (ପ୍ରଥମ ed.). କଟକ: କଟକ ବୁକ୍ ଏମ୍ପୋରିୟମ. Retrieved 20 January 2019.
- ↑ ବାରିକ, ଡକ୍ଟର କବିତା (2018). ଓଡ଼ିଆ ଲେଖିକାଙ୍କ ଗଳ୍ପ (ପ୍ରଥମ ed.). ବସନ୍ତକୁଞ, ନୂଆ ଦିଲ୍ଲୀ- ୧୧୦୦୭୦: National Book Trust of India. pp. ୩୯୮, ୩୯୯. ISBN 978-81-237-8196-9.
- ↑ ଦେବୀ, ବସନ୍ତ କୁମାରୀ (1949). ଆରତି (ଉପନ୍ୟାସ) (ପ୍ରଥମ ed.). କଟକ ଓଡିଶା: କଟକ ବୁକ୍ ଏମ୍ପୋରିୟମ. p. i. Retrieved 20 January 2019.
- ↑ ଦେବୀ, ବସନ୍ତ ଲତା (1947). କର, ବାଳକୃଷ୍ନ (ed.). "ମାତୃସ୍ନେହ (ଗଳ୍ପ)". ସହକାର ଓଡ଼ିଆ ପତ୍ରିକା (in Odia). କଟକ: ସମବାୟ ସେବକ ସମିତି. 25 (6): ୨୮୦, ୩୨୬. Retrieved 20 January 2019.CS1 maint: Unrecognized language (link)
- ↑ ଦେବୀ, ବସନ୍ତ କୁମାରୀ (2001). ନଦୀର ନାମ ରୂପମତୀ (ପ୍ରଥମ ed.). କଟକ: ଫ୍ରେଣ୍ଡ୍ସ ପବ୍ଲିଶର୍ସ `. ISBN 81-7401-368-7. Retrieved 20 January 2019.
- ↑ "ନଷ୍ଟ ନୀଡ଼ର ବିହଙ୍ଗୀ". Odisha EStore. ବିଦ୍ୟାପୁରୀ କଟକ.
- ↑ "ବସନ୍ତ କୁମାରୀ ଦେବୀ - ପୁସ୍ତକ ସଂଗ୍ରହ". opac.nationallibrary.gov.in. National Library of India- Ministry of Culture Government of India. Retrieved 20 January 2019.
- ↑ ଦେବୀ, ବସନ୍ତ କୁମାରୀ (1963). କାହାଣୀ ପେଡ଼ି (in Odia) (ପ୍ରଥମ ed.). ପୁରୀ: ବସନ୍ତ କୁମାରୀ ଦେବୀ. Retrieved 20 January 2019.CS1 maint: Unrecognized language (link)
- ↑ Indian Literature. Sähitya Akademi. 1981.
- ↑ The Indian P.E.N. P.E.N. All-India Centre. 1990.