Biography
Lists
Also Viewed
Quick Facts
Intro | Odia playwright, lyricist | ||
Places | India | ||
was | Writer Author | ||
Work field | Literature | ||
Gender |
| ||
Birth | 1892 | ||
Death | 1962 (aged 70 years) | ||
Family |
|
Biography
ଅଶ୍ୱିନୀ କୁମାର ଘୋଷ (୧୮୯୨-୧୯୬୨) ଜଣେ ନାଟ୍ୟକାର ଓ ଗୀତିକାର ଥିଲେ ।
ଜୀବନୀ
ଅଶ୍ୱିନୀ ୧୮୯୨ ମସିହାରେ ଅକ୍ଷୟ କୁମାର ଘୋଷ ଓ ସୁନ୍ଦରମଣିଦେବୀଙ୍କ ଜ୍ୟେଷ୍ଠ ପୁତ୍ର ଭାବେ କଟକରେ ଜନ୍ମଗ୍ରହଣ କରିଥିଲେ ।ଗୌରୀଶଙ୍କର ରାୟ ତାଙ୍କର ଅଜା (ମା'ଙ୍କର ବାପା) ଅଟନ୍ତି । କାର୍ତ୍ତିକ କୁମାର ଘୋଷ ତାଙ୍କର ସାନ ଭାଇ ଅଟନ୍ତି । ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ. ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ କଲିକତାର ବିଦ୍ୟାସାଗର ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୧୫ ମସିହାରେ ସେ ନିଜର ପ୍ରଥମ ନାଟାକ 'ଭୀଷ୍ମ' ରଚନା କରିଥିଲେ ।
ଅବଦାନ
ଅଶ୍ୱିନୀ ପ୍ରାୟ ଏକଚାଳିଶଟି ନାଟକ ରଚନା କରିଛନ୍ତି । ମୁଖ୍ୟତ ୫ ପୌରାଣିକ ଓ କିମ୍ବଦନ୍ତୀଭିଭିକ ନାଟକ ରଚନା କରିଛନ୍ତି । ସେ ଜଣେ ଔପନ୍ୟାସିକ ମଧ୍ୟ । ଉଭୟ ଉପନ୍ୟାସ ଓ ନାଟ୍ୟ ରଚନା କ୍ଷେତ୍ରରେ ନୂତନ ଶୈଳୀ ପ୍ରବର୍ଭନ ପାଇଁ ଅଶ୍ୱିନୀ କୁମାର ଘୋଷ ଓଡ଼ିଆ ସାହିତ୍ୟରେ ଚିହ୍ନା ପଡନ୍ତି । ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥ' (୧୯୫୦) ସହିତ କାହାଣୀକାର ଓ ଗୀତିକାର ଭାବରେ ଅଶ୍ୱିନୀ କୁମାର ଘୋଷ ସଂପୃକ୍ତ ଥିଲେ । ପରେ ‘ଶ୍ରୀ ଲୋକନାଥ’( ୧୯୬୦) ଚଳଚ୍ଚିତ୍ରର କାହାଣୀକାର ମଧ୍ୟ ଥିଲେ । ଅଶ୍ୱିନୀ କୁମାର ଘୋଷଙ୍କ ଗୀତରେ ଓଡ଼ିଆ ‘ ଲୋକରୀତି’, ‘କାବ୍ୟରୀତି’ରେ ପରିବର୍ତ୍ତିତ ହେବାର ଆଭାସ ରହିଛି । ଚଳଚ୍ଚିତ୍ର ଗୀତ ରଚନାରେ ସଞ୍ଚାରଣଶୀଳ ଧ୍ୱନି ଓ ଯମଜ ଶବ୍ଦ ପ୍ରୟୋଗକୁ ସେ ଅଧିକ ଗୁରୁତ୍ୱ ଦିଅନ୍ତି । ‘ ଅଭିଯାନ ପଯୋଥ ଯହିଁ ଘଟେ ପରମାଦ, ଜାଣିବୁ ରହିଛି ତହିଁ ପରମ ସମ୍ପଦ, ଦେଖରେ ପରଖି ବାରେ ଲଗାଇ ଲୟ, ନାହିଁ ଭୟ, ହବ ଜୟ’, ‘ଶ୍ରୀ ଜଗନ୍ନାଥ' ଚଳଚ୍ଚିତ୍ର ଗୀତର ଏହି ଉଦ୍ଧୃତିରେ ସଞ୍ଚାରଣଶୀଳ ଧ୍ୱନି ଓ ଶବ୍ଦ ଚାତୁର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ଅବଶ୍ୟ ଅଶ୍ୱିନୀ କୁମାର ଘୋଷ ଏହି ଗୀତ ବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆଉ ଗୀତ ରଚନା କରିନାହାନ୍ତି ।
ଆଧାର
- ↑ K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 308–. ISBN 978-81-7201-324-0.
- ↑ Hemanta Kumāra Dāsa (1 January 1998). Aswini Kumar Ghose. Sahitya Akademi. pp. 17–. ISBN 978-81-260-0491-1.