Anupriya Lakra
1st Odia tribal aeroplane pilot
Intro | 1st Odia tribal aeroplane pilot | |
Places | India | |
is | Aviator Pilot Aircraft pilot | |
Work field | Military | |
Gender |
|
ଅନୁପ୍ରିୟା ଲାକ୍ରା, ଜଣେ ଓଡ଼ିଆ ମହିଳା ପାଇଲଟ । ସେ ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ପାଇଲଟ । ସେପ୍ଟେମ୍ବର ୨୦୧୯ ମସିହାରୁ ସେ ବ୍ୟବସାୟିକ ପାଇଲଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।
ଅନୁପ୍ରିୟାଙ୍କ ପିତା ମାରିନିୟସ ଲାକ୍ରା ଓଡ଼ିଶା ପୁଲିସରେ ହାବିଲଦାର ଚାକିରୀ କରନ୍ତି । ତାଙ୍କ ମା ଜମାଜ ଜସମିନ ଜଣେ ଗୃହିଣୀ । ଅନୁପ୍ରିୟା ମାଲକାନଗିରିର ଦିପ୍ତୀ କନଭେଣ୍ଟ ବିଦ୍ୟାଳୟରୁ ହାଇସ୍କୁଲ ଶିକ୍ଷା ଓ ସେମିଳିଗୁଡ଼ାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ହାସଲ କରିଥିଲେ । ୨୦୧୨ ମସିହାରେ ଅନୁପ୍ରିୟା ନିଜର ଇଞ୍ଜିନିୟରିଂ ଶିକ୍ଷା ଅଧାରୁ ଛାଡ଼ି, ଭୁବନେଶ୍ୱରର ଏକ ଆଭିଏସନ ଏକାଡେମୀରୁ ଉଡ଼ାଯାହାଜ ଚଲାଇବା ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।